ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମରେ ଯାଇଥିବା ସାମ୍ବାଦିକ ଅରିନ୍ଦମ ଆଉ ନାହାଁନ୍ତି । ଓଡ୍ରାଫ ବୋଟ୍ ଓଲଟି ପଡିବା ପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଏସସିବି ମେଡିକାଲ ପଠାଯାଇଥିଲା । ମାତ୍ର ମେଡିକାଲରେ ପହଞ୍ଚିବା ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ । ଅରିନ୍ଦମଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ଓଟିଭିରେ ଚିଫ ରିପୋର୍ଟର ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ ଅରିନ୍ଦମ ଦାସ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମରେ କ୍ୟାମେରାମ୍ୟାନ ପ୍ରଶାନ୍ତଙ୍କ ସହ ସାମିଲ ହୋଇଥିଲେ ।

ଅରିନ୍ଦମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବୁଦ୍ଧିଜୀବୀ, ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅରିନ୍ଦମଙ୍କ ବିୟୋଗ ଓଡିଶାର ସାମ୍ବାଦିକତା ପାଇଁ ଅପୂରଣୀୟ କ୍ଷତି । ଅରିନ୍ଦମଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ।

ଧରିତ୍ରୀର କ୍ରାଇମ ରିପୋର୍ଟ ଭାବେ କ୍ୟାରିଅର ଆରମ୍ଭ କରିଥିବା ଅରିନ୍ଦମ ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

LEAVE A REPLY

Please enter your comment!
Please enter your name here