କାଲିଥିଲା 879 । ଆଜି 1282 । ଓଡିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏମିତି ଉପରମୁହାଁ ହୋଇଛି । ଆଉ ପଚାଶ କି ଶହେ ନୁହେଁ, ଗୋଟିଏ ଦିନରେ ଏକାଥରେ 1282 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟିନରୁ 755, ଲୋକାଲ କେସ 527, ଖୋର୍ଦ୍ଧାରୁ 192, ସୁନ୍ଦରଗଡରୁ 224, କଳାହାଣ୍ଡିରୁ 108, ବରଗଡରୁ 84, କଟକରୁ 63, ଅନୁଗୁଳରୁ 49, ଗଞ୍ଜାମରୁ 32, ଝାରସୁଗୁଡାରୁ 36, ମୟୁରଭଞ୍ଜରୁ 52, ନୂଆପଡା ଓ ସମ୍ବଲପୁରରୁ 82, ବାଲେଶ୍ବରରୁ 10, ଭଦ୍ରକରୁ 24, ବଲାଙ୍ଗୀର – 45, ଯାଜପୁର 26, ନବରଙ୍ଗପୁର 27, ନୟାଗଡ 10, ରାୟଗଡା 15, ସୋନପୁର 12, ପୁରୀରୁ 28 ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ 145 ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ହାରରେ ବଢୁଛି ଯେ, ସମସ୍ତେ ପୁଣି ଆତଙ୍କିତ ହୋଇପଡିଛନ୍ତି । କରୋନା ହାରରେ ଭୟଙ୍କର ବୃଦ୍ଧିକୁ ନଜରରେ ରଖି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ।

LEAVE A REPLY

Please enter your comment!
Please enter your name here