ପରଲୋକରେ ରଣଜିତ ଗୁରୁ । ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ଦେହାନ୍ତ ହୋଇଛି । କିମ୍ସରେ ଚିକିସôାଧିନ ଅବସ୍ଥାରେ ଶନିବାର ମଧ୍ୟ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସଙ୍କ୍ରମଣ ଜନିତ ଅସୁସ୍ଥତା ଯୋଗୁ ଗଲା ୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା । ରଣଜିତଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଆଜି ସମ୍ବଲପୁରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ସୁଚନା ରହିଛି ।
ଅନ୍ୟପଟେ ଦୂରଦର୍ଶନର ଉପସ୍ଥାପକ ନୀଲମ ଶର୍ମା ଯାହାଙ୍କ ଉପସ୍ଥାପନା ଶୈଳୀକୁ ଲୋକେ ଭୁରି ଭୁରି ପ୍ରଶଂସା କରୁଥିଲେ,ତାଙ୍କ ସ୍ୱର ଆଉ ଶୁଣିବାକୁ ମିଳିବନି । ଚିରନିଦ୍ରାରେ ଶୋଇ ଯାଇଛନ୍ତ ନିଲମ ଶର୍ମା । ନୀଲମ କ୍ୟାନସର ଜନିତ ରୋଗରେ ପୀଡିତ ରହି ଶେଷରେ ଇହଧାମ ତ୍ୟାଗ କରିଛନ୍ତି । ନାରୀ ଶକ୍ତି ଭଳି ସମ୍ମାନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୀଲମଙ୍କୁ ସମ୍ମାନିତ କରିଥିଲେ । ବଡି ଚର୍ଚ୍ଚା,ତେଜସ୍ୱିନୀ ଭଳି କାର୍ଯ୍ୟକ୍ରମ ପରିଚାଳନା କରି ନୀଲମ ଲୋକପ୍ରିୟତା ସାଉଁଣ୍ଟିଥିଲେ ।

LEAVE A REPLY

Please enter your comment!
Please enter your name here