ଆସନ୍ତାକାଲି ଲୋକାର୍ପିତ ହେବ ନୂଆ ସଂସଦ ଭବନ । 64 ହଜାର ପାଞ୍ଚଶହ ବର୍ଗମିଟର ଅଞ୍ଚଳରେ ନିର୍ମିତ ତ୍ରିକୋଣାକାର ସଂସଦ ଭବନ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ଏକ ହଜାର କୋଟି ଟଙ୍କା । ଲୋକସଭାରେ 888 ଆସନ ରହିଥିବା ବେଳେ ରାଜ୍ୟସଭାରେ ରହିଛି 384 ଆସନ । ନୂତନ ସଂସଦ ଗୃହରେ ତିନୋଟି ପ୍ରବେଶ ଦ୍ବାର ରହିଛି, ଯାହାର ନାମ ରଖାଯାଇଛି ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ।
ଆସନ୍ତାକାଲି ସକାଳ ସାତଟାରୁ ନୂତନ ସଂସଦ ଭବନ ଉଦଘାଟନ ପର୍ବ ଆରମ୍ଭ ହେବ । ପୂଜାର୍ଚ୍ଚନା, ପ୍ରାର୍ଥନା ସହ ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପନା କରାଯିବ ସେଙ୍ଗୋଲ ବା ରଜଦଣ୍ଡ । ଆଜି ତାମିଲନାଡୁର ଧର୍ମପୁରମ୍ ଅଧିନମ ମଠ ମହନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଙ୍ଗୋଲ ପ୍ରଦାନ କରିଛନ୍ତି । କୁହାଯାଏ ଚୋଳ ଶାସନ ସମୟରେ ଏହି ସେଙ୍ଗୋଲ ପରଂପରା ପ୍ରଚଳନ ଥିଲା ଏବଂ ଜଣେ ରାଜା କ୍ଷମତା ହସ୍ତାନ୍ତର ପାଇଁ ଉତ୍ତରାଧିକାରୀ ରାଜାଙ୍କୁ ସେଙ୍ଗୋଲ ପ୍ରଧାନ କରୁଥିଲେ । 1947 ରେ ପଣ୍ଡିତ ନେହରୁଙ୍କୁ ବ୍ରିଟିଶ ସରକାର ଏହି ସେଙ୍ଗୋଲ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here