ଚୀନ ରାଷ୍ଟ୍ରପତି ସି.ଚିନଫିଙ୍ଗଙ୍କୁ ଆସନ୍ତା ମାସରେ ଭେଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ଦୁଇ ରାଷ୍ଟ୍ରପତିଙ୍କ ସାକ୍ଷାତ ଆର୍ଜେଣ୍ଚିନାରେ ହେବ ବୋଲି ଚୀନର ରାଷ୍ଟ୍ରଦୂତ ଲ୍ୟୁ ଝାଓହୁଇଙ୍କ ତରଫରୁ ସ୍ପଷ୍ଟ କରାଯାଇଛି.  ପ୍ରଥମଥର ପାଇଁ ଭାରତ ଓ ଚୀନ ପକ୍ଷରୁ ଏଭଳି ବୈଠକର ଆୟୋଜନ କରାଯାଉଛି. ଏହାକୁ ବାଦ୍ ଦେଲେ ଲ୍ୟୁ ଝାଓହୁଇ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ଡିସେମ୍ବର ମାସରେ ଚୀନର ଷ୍ଟେଟ୍ କାଉନସିଲର ଓ ବିଦେଶ ମନ୍ତ୍ରୀ ମଧ୍ୟ ଭାରତ ପରିଦର୍ଶନରେ ଆସିବେ. ଯାହା ଫଳରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ  ପିପୁଲସ୍ ଟୁ ପିପୁଲସ୍ ଏକ୍ସଚେଞ୍ଜ୍ ସିଷ୍ଟମକୁ ଲଞ୍ଚ୍ କରାଯାଇପାରିବ. ଆଶା କରାଯାଉଛି ଯେ, ମୋଦି ଓ ଚିନଫିଙ୍ଗଙ୍କ ସାକ୍ଷାତ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ. ତେବେ 73 ଦିନ ପୂର୍ବେ ଡୋକଲାମରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ମିଲିଟାରୀ ଅଚଳ ଅବସ୍ଥା ପରେ ଦୁଇରାଷ୍ଟ୍ର ସଂପର୍କରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଛନ୍ତି. କିଛିଦିନ ପୂର୍ବେ ଦ୍ୱି-ପାକ୍ଷିକ ଆଲୋଚନା ଓ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇଥିଲା. କିନ୍ତୁ  ପାକିସ୍ତାନ ସହ ଚୀନର ଦୃଢ ସଂପର୍କ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି. ବିଶେଷଭାବେ ଚୀନ୍ ର ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ ସିପିଇସି ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି.

LEAVE A REPLY

Please enter your comment!
Please enter your name here