ଆଜି ଯୁକ୍ତ ୨ ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ସାଢେ ୩ଟାରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ କଳାରେ ମୋଟ ୨ ଲକ୍ଷ ୩୧ ହଜାର ୧୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧ ଲକ୍ଷ ୫୨ ହଜାର ୩୨୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ବାଣିଜ୍ୟରେ ୨୭ହଜାର ୭୯୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮ ହଜାର ୮୨୬ ଜଣ ଓ ଧନ୍ଦାମୂଳକରେ ୪ହଜାର ୧୨୬ ଜଣ କୃତକାର୍ୟ୍ୟ ହୋଇଛନ୍ତି । ଚଳିତ ବର୍ଷ କଳାରେ ୬୫.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ବାଣିଜ୍ୟରେ ପାସ୍ ହାର ୭୦.୨୬ ପ୍ରତିଶତ ରହିଛି । ୫୨.୬୨ ପ୍ରତିଶତ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷାରେ ପାସ୍ କରିଛନ୍ତି ।

କଳାରେ ମୋଟ ୧୮ହଜାର ୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ୨୨ହଜାର ୯୪୪ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧ଲକ୍ଷ ୧୦ ହଜାର ୪୫୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ସେହିଭଳି ବାଣିଜ୍ୟରେ ମୋଟ ୫,୬୨୯ ଜଣ ପ୍ରଥମ ଶ୍ରେଣୀ ଓ ୩୭୪୬ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ଚଳିତ ବର୍ଷ କଳାରେ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ମୋଟ ୭୩.୯୯ ପ୍ରତିଶତ କଳାରେ ଛାତ୍ରୀ ପାସ୍ କରିଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୫୫.୮୦ ପ୍ରତିଶତ । ବାଣିଜ୍ୟରେ ୫୭.୮୬ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୪୭.୯୨ପ୍ରତିଶତ ଛାତ୍ର ପାସ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here