2019 ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଜୋରଦାର କରିଛି. ମାସେବ୍ୟାପୀ ବିଜେପି ଚାଲିବାକୁ ଥିବା ଏହି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ. ‘ଭାରତ କେ ମନ୍ କି ବାତ୍, ମୋଦି କେ ସାଥ୍’ ନାଁ ରେ ଆରମ୍ଭ ହୋଇଥିବା ଏହି ପ୍ରଚାର ଅଭିଯାନ ଦେଶବ୍ୟାପୀ କରାଯିବ. ଦଳର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ. ଲୋକଙ୍କ ସହ ସିଧାସଳଖ ଯୋଡିହେବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି. ଲୋକସଭା ନିର୍ବାଚନ ପାଇଁ ବିଧିବଦ୍ଧ ଘୋଷଣା ନିକଟ ହୋଇ ଆସୁଥିବା ବେଳେ ଦଳ ପକ୍ଷରୁ ଏଭଳି ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି.  5 ବର୍ଷରେ ବିଜେପି କିପରି ଲୋକଙ୍କ ଅତି ନିକଟତର ହେବ ଏବଂ 100 ନିୟୁତ ଜନତାଙ୍କ ସହ ଯୋଡିହେବ ସେ ନେଇ ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି.

LEAVE A REPLY

Please enter your comment!
Please enter your name here