ସେପ୍ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ସକ୍ରିୟ ହେବ ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ତଥାପି ଆଜି ଓ ଆସନ୍ତାକାଲି ପାଇଁ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହୁଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୧୮ ତାରିଖରୁ ପୁଣି ବର୍ଷା ବଢିପାରେ । ରାଜ୍ୟରେ ମୋଟ୍ ୧୦୮୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ବର୍ଷା ତୁଳନାରେ ୫% ଅଧିକ ।

LEAVE A REPLY

Please enter your comment!
Please enter your name here