୩ ବର୍ଷର କୁନି ଝିଅକୁ ସ୍କୁଲ ବସରେ ବଳାତ୍କାର । ଭୋପାଳର ଏକ ପ୍ରାଇଭେଟ୍ ସ୍କୁଲର ବସ ଡ୍ରାଇଭର ଏବଂ ମହିଳା ହେଲଫରକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସ୍କୁଲ ବସ୍ ଡ୍ରାଇଭର ବସ ଭିତରେ ୩ ବର୍ଷର ଛୋଟ ଝିଅକୁ ଦୁଷ୍କର୍ମ କରିଛି । ଏବଂ ବସ୍‌ରେ ଉପସ୍ଥିତ ଥାଇ ମଧ୍ୟ ମହିଳା ହେଲଫର ଏହି କଥାକୁ ଲୁଚାଇଥିଲେ । ଏହି ସ୍କୁଲ ଭୋପାଳର ପ୍ରତିଷ୍ଠିତ ପ୍ରାଇଭେଟ୍ ସ୍କୁଲ । ୩ ବର୍ଷ ଝିଅ ନର୍ସରୀରେ ପାଠ ପଢେ । ପୋଲିସ ଷ୍ଟେସନରେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ଝିଅ ସ୍କୁଲରୁ ଘରକୁ ଫେରିଲା । ସ୍କୁଲ ୟୁନିଫର୍ମ ବଦଳେଇବା ସମୟରେ ଝିଅର ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବା ଦେଖି ମା’ଝିଅକୁ ପଚାରିଥିଲେ । ବସ୍ ଡ୍ରାଇଭର ଏମିତି କରିଛି ବୋଲି ମା କୁ ଉତ୍ତର ଦେଇଥିଲା ଛୋଟ ଝିଅ । ପରିବାର ଲୋକେ ସ୍କୁଲରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ସେମାନେ ଅସ୍ୱିକାର କରିଥିଲେ । ଏହାପରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ ପରିବାର ଲୋକେ । ଅଭିଯୋଗକୁ ଗ୍ରହଣ କରି ଧାରା ୩୭୬ ରେ ସ୍କୁଲ ବସ୍ ଡ୍ରାଇଭରକୁ ଗିରଫ କରାଯାଇଛି । ଏହାସହିତ ମହିଳା ହେଲଫରକୁ ମଧ୍ୟ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here