ଇଣ୍ଡିଆ ଟିଭି ଓ ସିଏନଏକ୍ସ ପକ୍ଷରୁ 2024 ନିର୍ବାଚନ ଫଳାଫଳକୁ ନେଇ ଓପିନିଅନ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ ବିଜେଡି ଓଡିଶାରେ ପୁଣି ସଂଖ୍ୟା ଗରିଷ୍ଠତା ଆସନରେ ବିଜୟ ଲାଭ କରିବା ସହ ସରକାର ଗଢିବ । 21 ଲୋକସଭା ଆସନରୁ ବିଜେଡି 13ଟି ଆସନରେ ବିଜୟ ଲାଭ କରିବାର ସମ୍ଭାବନା ରହିଥିବା ବେଳେ ବିଜେପିକୁ 8ଟି ଆସନ ମିଳିବ ବୋଲି କୁହାଯାଇଛି । ତେବେ କଂଗ୍ରେସକୁ ଗୋଟିଏ ବି ଆସନ ମିଳିବାର ସମ୍ଭାବନା ନାହିଁ । 2019ରେ ବିଜେଡି 12ଟି ଆସନରେ ଜିତିଥିବା ବେଳେ ବିଜେପିକୁ 7 ଏବଂ କଂଗ୍ରେସ ଗୋଟିଏ ଆଶନରେ ଜିତିଥିଲା । ମାତ୍ର 2024 ନିର୍ବାଚନରେ କଂଗ୍ରେସ ଲୋକସଭା ଆସନ ଜିତିବା ସମ୍ଭାବନା କମ୍ ବୋଲି କୁହାଯାଇଛି । ସେହିପରି ବିଜେଡିକୁ 45 ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଥିବା ବେଳେ ବିଜେପିକୁ 41 ପ୍ରତିଶତ ଭୋଟ ମିଳିବ । କଂଗ୍ରେସକୁ 11 ପ୍ରତିଶତ ଏବଂ ଅନ୍ୟମାନଙ୍କୁ ତିନି ପ୍ରତିଶତ ଭୋଟ ମିଳିବ । ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନଡିଏକୁ 318 ଏବଂ କଂଗ୍ରେସ ମେଣ୍ଟ ଇ ଣ୍ଡି ଆ କୁ 175ଟି ଆସନ ମିଳିବ ବୋଲି କୁହାଯାଇଛି ।
ତେବେ ଇଣ୍ଡିଆ ଟିଭିର ସର୍ଭେ ରିପୋର୍ଟରେ କୌଣସି ସତ୍ୟତା ନାହିଁ ବୋଲି କଂଗ୍ରେସ କହିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା ଏକ କପୋଳକଳ୍ପିତ ରିପୋର୍ଟ । 1995ରେ ବିଜୁ ପଟ୍ଟନାୟକ ସରକାର ଗଢିବୋ ବୋଲି ହୋଇଥିବା ପ୍ରାକଆକଳନକୁ ଭୁଲ୍ ପ୍ରମାଣିତ କରି କଂଗ୍ରେସ କ୍ଷମତାକୁ ଫେରିଥିଲା । ସେହିପରି 2024 ନିର୍ବାଚନ ଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ମୁନ୍ନା ଖାଁ କହିଛନ୍ତି, ଓଡିଶାରେ ବିଜେଡି 21 ରୁ 20 ଟି ଲୋକସଭା ଆସନରେ ଜିତିବ । ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆମେ ପରିଶ୍ରମ କରୁଛୁ, ଗତଥର ଅପେକ୍ଷା ବହୁତ ଆଗକୁ ବଢିବୁ ।

LEAVE A REPLY

Please enter your comment!
Please enter your name here