୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଆଜି ବିଜେଡିକୁ ପୁରିଛି ୨୫ ବର୍ଷ । ଶ୍ରୀକ୍ଷେତ୍ରରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଦଳ । ପୁରୀ ତାଳବଣିଆ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ଯୋଗଦେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଭଲ କାମ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି । ବିଜେଡି ଲୋକଙ୍କ ଦଳ ଏବଂ ମା ମାନେ ଚାହିଁଲେ ଦଳ ରାଜ୍ୟରେ 25 କି 50 ବର୍ଷ ନୁହେଁ, ଶହେ ବର୍ଷ ଲୋକଙ୍କ ସେବା କରିବ ବୋଲି କହିଛନ୍ତି । ଜାତୀୟ ଦଳ ଏଜେଣ୍ଡାରେ ଓଡିଶାର ବିକାଶ ପ୍ରସଙ୍ଗ ନାହିଁ ବୋଲି କହି ଜାତୀୟ ଦଳଗୁଡିକୁ କଟାକ୍ଷ କରିଛନ୍ତି ନବୀନ । ମିଶନ ଶକ୍ତି ରାଜ୍ୟରେ ଗଣ ଆନ୍ଦୋଳନରେ ପରିଣତ ହେଇଛି ବୋଲି ନବୀନ କହିଛନ୍ତି । ସରକାର ରାଜ୍ୟର ଆଦିବାସୀ, ଦଳିତ, ମହିଳାଙ୍କ ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛି ।
ସମାବେଶରେ ହଜାର ହଜାର କର୍ମୀ ଓ ସମର୍ଥକ ଯୋଗ ଦେଇଛନ୍ତି । ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବା ପାଇଁ ସଂକଳ୍ପ ନେବାକୁ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଗତ ୨୫ ବର୍ଷ ଧରି ଦଳ କିଭଳି ସଫଳତା ହାସଲ କରିଛି , ଏହି ଧାରା ବଜାୟ ରଖିବା ପାଇଁ ନେତା ଓ କର୍ମୀଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here