ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯିବା ନେଇ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି-“କାଳିଆ ଯୋଜନାକୁ ଅଟକା ଯାଇଥିବା ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲି। କାଳିଆ ଯୋଜନା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁରହିଛି କିନ୍ତୁ କାଳିଆକୁ ଅଟକାଯାଉଛି। ଚାଷୀଙ୍କ ପାଇଁ ଏହି ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାଳିଆ ଟଙ୍କା ମିଳିବା ନେଇ ବିଜେପି ଉପରେ ଗମ୍ଭୀର ଅରୋପ ଲଗାଇଛନ୍ତି ନବୀନ । ବିଜେପିକୁ ଚାଷୀମାନେ ଉପଯୁକ୍ତ ଜବାବ ଦେବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here