ଦିଲ୍ଲୀ ଆପ ସରକାରରୁ ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡ଼ିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ I ଉଭୟଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ I ଆପ ସରକାରର ଅବକାରୀ ନୀତି ସ୍କାମକୁ ନେଇ ଫସିଛନ୍ତି ସିସୋଡ଼ିଆ I ସିବିଆଇ ଗିରଫ ପରେ ତାଙ୍କୁ ପାଞ୍ଚଦିନ ରିମାଣ୍ଡରେ ନେଇଛି ସିବିଆଇ I ତେବେ ସିବିଆଇ ଗିରଫକୁ ଆଜି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସିସୋଡ଼ିଆ I ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି I ସିସୋଡ଼ିଆ ଙ୍କ ଗିରଫ ଆପକୁ ଝଟକା ଲାଗିଛି I ପୂର୍ବରୁ ସତ୍ୟନ୍ଦ୍ର ଜୈନ ଜେଲରେ ଅଛନ୍ତି I

LEAVE A REPLY

Please enter your comment!
Please enter your name here