୨୦୧୯ ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର କମିଟି ଘୋଷଣା କରାଯାଇଛି । ଇସ୍ତାହାର କମିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କରିଛନ୍ତି ନବୀନ । ବେଦପ୍ରକାଶ ଅଗ୍ରୱାଲ କମିଟି ଅଧ୍ୟକ୍ଷ । ବିଜେଡିର ଇସ୍ତାହାର କମିଟିରେ ବିଭିନ୍ନ ଛାତ୍ର ନେତା, କୃଷକ ନେତା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି । କମିଟିରେ ଆହୁରି ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ପଟ୍ଟନାୟକ, ମଙ୍ଗଳା କିଷାନଙ୍କୁ ସହ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ମଧ୍ୟ ସମାନ ଦାୟିତ୍ୱ ମିଳିଛି । ସହ ଅଧ୍ୟକ୍ଷଙ୍କ ଛଡ଼ା କମିଟିରେ ଅଛନ୍ତି ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ସୁବାସ ସିଂହ, ମିନତୀ ବେହେରା, ବକ୍ସି ପାତ୍ର , ରବି ନାରାୟଣ ନନ୍ଦ, ନଳିନୀକାନ୍ତ ପ୍ରଧାନ, ଅସିମ ଅମିତାଭ ଦାସ , ସସ୍ମିତ ପାତ୍ର, ଚିନ୍ମୟ ସାହୁ, ଅମରେଶ ପାତ୍ର, ସୁଜାତା ମିଶ୍ର ଓ ବିଷ୍ଣୁପ୍ରିୟା ଦାଶ ।

LEAVE A REPLY

Please enter your comment!
Please enter your name here