ଘୋଷଣା ହୋଇଛି ୬୮ ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ । ଓଡିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ପାଇଁ ମନୋନିତ କରାଯାଇଛି । ତାଙ୍କ ଲିଖିତ ବହି କାଲି ପାଇଁ କାଲିର ସିନେମାକୁ ବେଷ୍ଟ ବୁକ୍ ଅନ ସିନେମା ସମ୍ମାନ ମିିଳିବାକୁ ଯାଉଛି । ବେଷ୍ଟ ବୁକ୍ ଅନ ସିନେମା (ସ୍ପେଶାଲ ମେନସନ) ସମ୍ମାନ ।
ସେହିପରି ଅଭିନେତା ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି । ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର । ସେହିପରି ଅଜୟ ଦେବଗନଙ୍କ ସହ ସାଉଥ ଷ୍ଟାର ସୁରିଆଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ । ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ମାଲାୟାଲମର ସଚ୍ଚିଦାନନ୍ଦନ କେ. ଆରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର । ବିଜୁ ମେନନ ଶ୍ରେଷ୍ଠ ସହ ଅଭିନେତା, ଲକ୍ଷ୍ମିପ୍ରୀୟା ଚନ୍ଦ୍ରମୌଳି ଶ୍ରେଷ୍ଠ ସହ ଅଭିନେତ୍ରୀ ।

LEAVE A REPLY

Please enter your comment!
Please enter your name here