ଗତ ରବିବାର ଦିନ ମାଲେସିଆରେ ଅନୁଷ୍ଠିତ ହୋଇଥିବା ମିସ୍ ଆଣ୍ଡ୍ ମିଷ୍ଟର ଟୁରିଜିମ୍ ଆମ୍ବାସାଡାର ୟୁନିଭର୍ସ 2018ରେ ଭାଗ ନେଇ ଏହି ଟାଇଟଲକୁ ଜିତି ନେଇଛନ୍ତି ଓଡିଶାର ଝିଅ ଲାଭନ୍ୟା ଦାସ. ଏହି ଟାଇଟଲକୁ ହାସଲ କରି ଓଡିଶା ପିଲାଙ୍କ ଭିତରେ ଥିବା ପ୍ରତିଭାକୁ ପ୍ରଦର୍ଶିତ କରିବା ସହ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି. ଯେଉଁଥିପାଇଁ ଆଜି ସାରା ଓଡିଶାବାସୀ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି. ଲାଭନ୍ୟା ବର୍ତ୍ତମାନ ୟୁନିଟ-8 ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି. ଏହାକୁ ବାଦ୍ ଦେଲେ ସେ ପରିଧାନ କରିଥିବା ପୋଷାକ ମଧ୍ୟ ଓଡିଶାର ସଂସ୍କୃତି ପାଇଁ ଗୌରବ ଅର୍ଜନ ଆଣିଦେଇଛି. ତେବେ ଏଥିରେ ଭାଗ ନେବା ପାଇଁ ଲାଭନ୍ୟାଙ୍କୁ ଗ୍ଲୋବାଲ୍ ପାଜେଣ୍ଟ ହବ୍ ର ନିର୍ଦ୍ଦେଶକ ଅମର ସାମୁ ପରାମର୍ଶ ଦେଇଥିଲେ. ଏହା ପୂର୍ବରୁ ଲାଭନ୍ୟା ରାଷ୍ଟ୍ରିୟ ଓ ଅନ୍ତରାଷ୍ଟ୍ରିୟ କ୍ଷେତ୍ରରେ ଭାଗ ନେଇ ଅନେକ ପୁରସ୍କାର ଜିତିଛନ୍ତି. ଏହା ଭିତରେ ସେ ତାଙ୍କ ମଡେଲିଂ କ୍ୟାରିୟର ସହ ନିଜ ପାଠପଢା ପାଇଁ ମଧ୍ୟ ସମୟ ବାହାର କରନ୍ତି. ଏଥିପାଇଁ ତାଙ୍କ ସ୍କୁଲ ଶିକ୍ଷକ ବହୁ ସହଯୋଗ କରନ୍ତି ବୋଲି କହିଛନ୍ଚି ତାଙ୍କ ମା ଲିପିକା ଦାସ. ତେବେ ଆଗକୁ ଯାଇ ସେ ଜଣେ ଆଇଏଏସ୍ ଅଫିସର୍ ହେବେ ବୋଲି ଇଚ୍ଛା ରଖିଛନ୍ତି.

LEAVE A REPLY

Please enter your comment!
Please enter your name here