ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ତିକ୍ତ କଥାବାର୍ତ୍ତାର ଦିନକ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଋଷ ବିରୋଧରେ କଟକଣା ଜାରି କରିବାକୁ ଚିନ୍ତା କରୁଛନ୍ତି । ଟ୍ରମ୍ପ କହିଛନ୍ତି. ଯୁକ୍ରେନ -ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରତି ଆଣିବା ଓ ଶାନ୍ତି ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଆମେରିକା ଋଷ ବିରୋଧରେ କଟକଣା ଜାରି କରିବ । ବିଶେଷକରି ବ୍ୟାଙ୍କିକ୍ଷେତ୍ରରେ ଏହି କଟକଣା ଜାରି କରିବ ଆମେରିକା । ୟୁକ୍ରେନକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିବାରେ ଆମେରିକା ଋଷିଆକୁ ଦାୟୀ କରିଛି । ଟ୍ରମ୍ପ କହିଛନ୍ତି, ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟ ରାଷ୍ଟ୍ରକୁ ଗୋଟିଏ ଟେବୁଲରେ ଏକାଠି କରିବା ଆମେରିକାର ଲକ୍ଷ୍ୟ । ୟୁକ୍ରେନ ଉପରେ ଆକ୍ରମଣ ପ୍ରତିବାଦରେ ଋଷିଆ ବିରୋଧରେ ୟୁଏସ, ୟୁକେ, ଅଷ୍ଟ୍ରେଲିଆ, କାନାଡା, ଜାପାନ ପ୍ରମୁଖ ରାଷ୍ଟ୍ର ଗତ ତିନିବର୍ଷ ଭିତରେ 21 ହଜାର କଟକଣା ଜାରି କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here