ବ୍ରଜରାଜନଗର ପାଇଁ ଶେଷରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କିଶୋର ପଟେଲଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କିଶୋର ପଟେଲ ହେଉଛନ୍ତି ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ । କିଶୋର ପଟେଲଙ୍କ ପ୍ରାର୍ଥୀତ୍ବ ଘୋଷଣା ପରେ ବ୍ରଜରାଜନଗର ଆସନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବା ସ୍ପଷ୍ଟ ହୋଇଯାଇଛି । ବିଜେଡି ଦିବଂଙ୍ଗତ ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here