ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ଲୋକାୟୁକ୍ତ ପାଇଁ ଚୟନ ପ୍ରକ୍ରିୟା ସରିବ ଏବଂ ଏପ୍ରିଲ 8 ତାରିଖରୁ ଏହା କାର୍ଯ୍ୟକାରୀ ହେବ . ସୋମବାର ଓଡିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇଛନ୍ତି. ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ସତ୍ୟପାଠ ଦାଖଲ କରିଥିବା ବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି.

ଦେଶରେ ପ୍ରଥମ ରାଜ୍ୟ ଭାବେ 2014 ଫେବୃୟାରୀ 14ରେ ଓଡ଼ିଶା ବିଧାନସଭାରେ ଲୋକାୟୁକ୍ତ ନିଯୁକ୍ତି ସଂକଳ୍ପ ପାରିତ ହୋଇଥିଲା. ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ମଧ୍ୟ କରିଥିଲେ । କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟାରେ ଶୀଥିଳତା ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here