ମାଲକାନଗିରି ଜିଲ୍ଲା ମାଥିଲି ଥାନା ସଲପ ପଦର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି. ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ. ସୂଚନା  ଅନୁସାରେ, ଅପରାହ୍ନ ସମୟରେ ପାଙ୍ଗାମରୁ ମାଥିଲି ଯାଉଥିବା ସମୟରେ ଏକ ଟାଟା ମ୍ୟାଜିକ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା. ଫଳରେ ଘଟଣାସ୍ଥଳରେ ତିନି ଜଣ ମୃତ୍ୟୁ ବରଣ କରିଥିଲେ. ବର୍ତ୍ତମାନ ଆହତମାନଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି.

LEAVE A REPLY

Please enter your comment!
Please enter your name here