ଦୁନିଆ,ସମାଜ କଣ ବୁଝିବା ଆଗରୁ ଆଖି ବୁଜି ଦେଇଛି ଦୁଇବର୍ଷର ଶିଶୁ ଟ୍ୱିଙ୍କଲ । ଖବର ଣୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ । ଟ୍ୱିଙ୍କଲର ବାପା ଦୁଇଜଣଙ୍କ ପାଖରୁ ୪୦ ହଜାର ଟଙ୍କା କରଜ ଆଣିଥିଲେ । ୩୫ ହଜାର ଫେରାଇ ଦେବା ପରେ ଆଉ ୫ ହଜାର ଯଥାଶିଘ୍ର ଫେରାଇ ଦେବାକୁ କହିଥିଲେ ।  କିନ୍ତୁ ଟ୍ୱିଙ୍କଲର ବାପା ଅଧିକ ସମୟ ମାଗିଥିଲେ । ହେଲେ ବାପା କଣ ଜାଣିଛି ମାତ୍ର ୫ ହଜାର ଟଙ୍କା ପାଇଁ ଦୁଇ ବର୍ଷ ଝିଅର ଜୀବନ ଚାଲିଯିବ । ଗତ ମେ ୩୧ ରୁ ହଠାତ ନିଖୋଜ ହୋଇଗଲେ ଟ୍ୱିଙ୍କଲ । ଟ୍ୱିଙ୍କଲର ବାପା ଥାନାରେ ଅଭିଯୋଗ କଲେ, କିନ୍ତୁ ପୋଲିସ ସଠିକ ଭାବେ ତଦନ୍ତ କଲାନାହିଁ । କିଛିଦିନ ଗଲାପରେ ଘଟଣାଟି ଲୋକ ଲୋଚନକୁ ଆସିଲା । ଏବଂ ଆଲିଗଡ ଏସ୍ପି ଆକାଶ କୁଲାହାରି କାର୍ଯ୍ୟରେ ଅବହେଳା ପାଇଁ ଜଣେ ଇନ୍ସପେକ୍ଟର  , ୩ ଜଣ ସବ୍ –ଇନ୍ସପେକ୍ଟର ଓ ଜଣେ କନେଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଦେଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବର୍ତମାନ ଗିରଫ ଦୁଇ ଅଭିଯୁକ୍ତ ଜାହେଦ ଓ ଅସଲାମ ନିଜର ଦୋଷ ସ୍ୱିକାର କରିଛନ୍ତି । ଟ୍ୱିଙ୍କିଲକୁ  ଦୁଷ୍କର୍ମ  ପରେ ଓଢଣୀ ଦ୍ୱାରା ହତ୍ୟା କରି ଏସିଡ୍ ଢାଳି ଜାଳିଦେଇଥିଲେ ବୋଲି କହିଛନ୍ତି ଦୁଇ ଅଭିଯୁକ୍ତ ।  ଧରାପଡିଯିବେ ବୋଲି ଘର ମଧ୍ୟରେ କିଛି ଦିନ ମୃତ ଦେହ ରଖିଥିଲେ । ଶବ ପଚିଯିବା ପରେ ପାଖ ଅଳିଆ ଗଦାରେ ଫୋପାଡି ଦେଇଥିଲେ । ପୁଲିସ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ କରିବା ପରେ ଅଧିକ ପରୀକ୍ଷା ପାଇଁ ଆଗ୍ରା ପଠାଇଛି । ଏଭଳି ହୃଦୟ ବିଦାରକ ଓ ଅମାନବିୟ ଘଟଣା ଘଟିଛି ଉତରପ୍ରଦେଶର ଆଲିଗଡରେ । ଯାହା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଦ କରିଦେଇଛି । ଏହି ଘଟଣାକୁ ନେଇ ସାରା ଭାରତରେ ତୁମ୍ବି ତୋଫାନ ଦେଖାଦେଇଛି । ଟ୍ୱିଙ୍କଲର ହତ୍ୟାକାରିକୁ ଯଥାଶୀଘ୍ର ଫାଶୀ ଦେବାକୁ ସାରା ଭାରତବାସୀଙ୍କ ଦାବି । ଦେଶବାସୀଙ୍କ ସ୍ୱର ସହ ସ୍ୱର ମିଶାଇ ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ଏଭଳି ଏକ ଅମାନବୀୟ ଘଟଣା ଉପରେ କ୍ଷୋଭ ପ୍ରକାଶ କରିବା ସହ ଦୋଷୀକୁ ଯଥାଶିଘ୍ର କଠୋରରୁ କଠୋର ଦଣ୍ଡ ଦେବାପାଇଁ ଦାବି କରିଛନ୍ତି । ବଲିଉଡ୍ ସେଲିବି୍ରଟି ଅଭିଷେକ ବଚ୍ଚନ, ଅନୁପମ ଖେର, ରିତେଶ ଦେଶମୁଖ, ଅକ୍ଷୟ କୁମାର ,ଅର୍ଜୁନ କପୁର,ଆୟୁଷ୍ମାନ ଖୁରାନା,ହୁମା କୁ୍ୟରେଶୀ, ସନ୍ନି ଲିଓନ ,ରବୀନା ଟଣ୍ଡନ,ଜେନେଲିଆ ଦେଶମୁଖ ଓ ରାଜପାଲ ଯାଦବ ପ୍ରମୁଖ  ନିଜର କ୍ଷୋଭ ପ୍ରକାଶ କରିବା ସହ ଟ୍ୱିଟରରେ  ହାସ୍ ଟ୍ୟାଗ୍ ଜଷ୍ଟିସ୍ ଫର୍ ଟ୍ୱିଙ୍କଲ ଶର୍ମାର ଟ୍ରେଣ୍ଡ କରିବାରେ ଲାଗିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here