କରୋନା ରୋଗୀଙ୍କ ପାଇଁ ଓଡିଶାକୁ ଆସିଲା ଔଷଧ । ଓଡିଶାକୁ ରେମଡିସିଭର , ଫାବି ପ୍ଲୁ , ଡେକ୍ସାମେଥାସୋନ ଔଷଧ କିଛି ମେଡିକାଲକୁ ଆସିଛି । ଫାବି ଫ୍ଲ୍ୟୁ- ରୋଗୀଙ୍କ ମତାମତ ନେଇ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯିବ । ସେହିପରି ରେମଡେସିଭିର ଔଷଧ ମୋଡରେଟ ଟୁ ସିଭିୟର ଅର୍ଥାଥ ମଧ୍ୟମରୁ ଅଧିକ ଲକ୍ଷଣ ଥିବା ରୋଗୀଙ୍କୁ ରେମଡେସିଭିର ଔଷଧ ଦିଆଯିବ । ତେବେ ଡେକ୍ସାମେଥାସୋନ୍ ରାଜ୍ୟରେ ପ୍ରଚୁର ପରିମାଣରେ ମହଜୁଦ ରହିଛି । ୨ ଲକ୍ଷ ଟାବଲେଟ ଓ ୨ ଲକ୍ଷ ଇଞ୍ଜେକସନ ଅଛି । କୋଭିଡ ୧୯ ଚିକିତ୍ସା ପାଇଁ ଗିଲିଡ ସାଇନ୍ସେସ ପ୍ରସ୍ତୁତ କରିଥିବା ଔଷଧ ରେମଡେସିଭିର ବେଶ ଉପାଦେୟ ହୋଇଛି । ରେମଡେସିଭିରର କ୍ଲିନିକାଲ ପରୀକ୍ଷଣ ପରେ ଜଣାପଡିଛି ଯେ ଆକ୍ରାନ୍ତଙ୍କୁ ସଂକ୍ରମଣରୁ ମୁକ୍ତ କରିବାର ସମୟ ସୀମା ପ୍ରାୟ ୫ଦିନ କମି ଯାଇଛି । ଅନ୍ୟ ଚିକିତ୍ସାରେ ୧୫ଦିନରେ ରୋଗୀ ଭୂତାଣୁ ମୁକ୍ତ ହେଉଥିବା ବେଳେ ରେମଡେସିଭିର ନେଇଥିବା ଆକ୍ରାନ୍ତ ହାରାହାରି ୧୧ଦିନରେ ସୁସ୍ଥ ହେଉଥିବା ଦେଖିବାକୁ ମିଳିଛି । ସେହିପରି ବିଶେଷକରି ଯେଉଁ ରୋଗୀମାନେ ଅକ୍ସିଜେନ ସର୍ପୋଟ ଆବଶ୍ୟକ କରୁଛନ୍ତି ସେମାନଙ୍କ ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହାର କରାଯିବ ବୋଲି କୁହାଯାଇଛି । ଡେକ୍ସାମେଥାସୋନ ଏକ ଲୋକଷ୍ଟ ଷ୍ଟେରଏଡ୍ । ଏହା ବିଶେଷକରି ଯନ୍ତ୍ରଣା କମାଇବା ପାଇଁ ଆର୍ଥାରାଇଟିସ୍ ଭଳି ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥାଏ । କିନ୍ତୁ ଏବେ ଏହାକୁ ଗମ୍ଭୀର ଥିବା କରୋନା ରୋଗୀମାନଙ୍କ ପାଇଁ ଅର୍ଥାତ ଅକ୍ସିଜେନ୍ ସର୍ପୋର୍ଟର ଥିବା ରୋଗୀ ବା ଅଧିକ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ସାମାନ୍ୟ ଲକ୍ଷଣ ଥିବା ସଂକ୍ରମିତଙ୍କ ପାଇଁ ଫାବି ଫ୍ଲୁ ଔଷଧ ବ୍ୟବହାର କରାଯାଇପାରିବ । ଯେଉଁ କରୋନା ରୋଗୀଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଥିବ ସେହି ସଂକ୍ରମିତଙ୍କ ଠାରେ ଫାବିଫ୍ଲୁ ବ୍ୟବହାର କରାଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ସାମାନ୍ୟ ଲକ୍ଷଣ ତିବା ସଂକ୍ରମିତ ପ୍ରଥମ ଦିନ ଏହି ଔଷଧର ୧୮ଶହ ମିଲିଗ୍ରାମ ଓ ପରେ ୧୪ଦିନ ଯାଏଁ ୮ଶହ ମିଲିଗ୍ରାମ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here