ଏବେ ବି ରୁପସି କରୁଛନ୍ତି ଚାଟିଂ । ଇଏ ସେଇ ରହସ୍ୟମୟୀ ରୁପସୀ । ଯିଏକି ପାକିସ୍ତାନରୁ ନିଜର ୪ଟି ଫେସବୁକ ଆକାଉଣ୍ଟ ଅପରେଟ୍ କରୁଥିଲେ । ଏବଂ ଚାନ୍ଦିପୁର ସ୍ଥିତ ଡିଆରଡିଓର ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଥିଲେ । ଏଥିପାଇଁ ନିଜ କବଜାକୁ ଆଣିଥିଲେ ୫ ଜଣ ବ୍ୟକ୍ତିଙ୍କୁ । ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ପାକିସ୍ତାନ ଲିଙ୍କ୍ ସମ୍ପର୍କରେ ବଡ ସୂଚନା ଆସିଛି । ରହସ୍ୟମୟୀ ମହିଳାଙ୍କ ୪ଟି ଫେସବୁକ୍ ଆକାଉଣ୍ଟ ଥିବା ସୂଚନା ମିଳିଛି । ସେଥିରୁ ୩ଟି ଆକାଉଣ୍ଟ ଇସଲାମବାଦରୁ ଏବଂ ରାୱଲପିଣ୍ଡିରୁ ଆଉ ଗୋଟିଏ ଆକାଉଣ୍ଟ ଅପରେଟ ହେଉଥିଲା । ମହିଳା ଜଣଙ୍କ ପାକିସ୍ତାନରୁ ଏସବୁକୁ ଅପରେଟ୍ କରୁଥିଲେ । କିଛି ଫେସବୁକ ଆକାଉଣ୍ଟ ଏବେ ବି ଆକ୍ଟିଭ ରହିଛି ବୋଲି କ୍ରାଇମବ୍ରାଞ୍ଜ ଏଡିଜି ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।

ରହସ୍ୟମୟ ଯୁବତୀଙ୍କ ପତ୍ତା ଲଗାଉଛି କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କହିଛନ୍ଚି କ୍ରାଇମବ୍ରାଞ୍ଚ ଏଡିଜି ।

LEAVE A REPLY

Please enter your comment!
Please enter your name here