ପ୍ରକାଶ ପାଇଛି ଚଳିତବର୍ଷର ଓଜେଇଇ ରେଜଲ୍ଟ । ଓଜେଇଇ ରେଜଲ୍ଟ ଘୋଷଣା କଲେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । www.ojee.nic.in ରେ ରେଜଲ୍ଟ ଉପଲବ୍ଧ । ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା । ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଦେଇଥିଲେ ଓଜେଇଇ ପରୀକ୍ଷା । ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବାବେଳେ ଏମସିଏରେ ଈଶାନ୍ତ କୁମାର ନାୟକ , ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି । ଏମ୍‌. ଫାର୍ମାରେ ସଚିନ ନାୟକ, ଏମ୍ ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର । ଏମ୍‌.ଟେକ୍ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ ଟପ୍ପର ହୋଇଛନ୍ତି । ଏମ୍‌.ଟେକ୍ ଇଲେକ୍ଟ୍ରିକାଲ-ମିଥୁନ ଅଧିକାରୀ , ମେକାନିକାଲରେ- ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here