26 ଜୁଲାଇ କାର୍ଗିଲ ବିଜୟ ଦିବସ ଅବସରରେ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ହୋଇଥିଲା ମହାନାୟକ ସମ୍ମାନ ସମାରୋହ । ଭୁବନେଶ୍ବରରେ ଆୟୋଜିତ ଏହି ସମାରୋହରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ, ବ୍ରିଗେଡିୟର ଗିରିଜା ପ୍ରସାଦ ପାଣିଗ୍ରାହୀ, କର୍ଣ୍ଣେଲ ଡକ୍ଟର ମନମୋହନ ମହାନ୍ତି, କଣ୍ଣେଲ ଧୀରେନ ପାଢୀ ଯୋଗ ଦେଇ ଭାରତୀୟ ସେନାର ସାହସିକତା କଥା ମନେ ପକାଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସଫଳତା ପାଇଁ ମହାନାୟକ ସମ୍ମାନ ପ୍ରଦାନ କରାଯାଇଥିଲା ।
ମୁଖ୍ୟ ଅତିଥି ଶ୍ରୀ ପଞ୍ଚାନନ କାନୁନଗୋ ବ୍ରିଗେଡିୟର ଗିରିଜା ପ୍ରସାଦ ପାଣିଗ୍ରାହୀ, କର୍ଣ୍ଣେଲ ଡକ୍ଟର ମନମୋହନ ମହାନ୍ତି, କଣ୍ଣେଲ ଧୀରେନ ପାଢୀ, ରାଷ୍ଟ୍ରପତି ପୁରସ୍କାର ବିଜେତା ଗୋଲକ ବିହାରୀ ମହାନ୍ତି, କଟକ ଭୁବନେଶ୍ବର କମିଶନରେଟ ପୋଲିସ ଏସିପି ଲଳିତେନ୍ଦୁ ମହାନ୍ତି, ଶିକ୍ଷାବିତ ବିଧୂଭୂଷଣ ପଟନାୟକ, ଡାକ୍ତର ଲମ୍ବୋଦର ପଣ୍ଡା, ନାଟ୍ୟକାର ତଥା କର୍ମଚାରୀ ନେତା ପ୍ରଭାତ ମହାନ୍ତି, ଡାକ୍ତର ଏ.ପି. ଜେନାଙ୍କୁ ସମ୍ମାନୀତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଚନ୍ଦ୍ରଗୁପ୍ତ ପ୍ରସାଦ, ରଞ୍ଜନ କୁମାର ସାହୁ, ଯୁବ ଉଦ୍ୟୋଗୀ ମୌସୁମୀ ପଣ୍ଡା, ଦିପ୍ତୀ ସ୍ବାଇଁଙ୍କୁ ସଫଳ ବ୍ୟକ୍ତିତ୍ବ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।
ତକ୍ଷକ ଟିଭିର ଡାଇରେକ୍ଟର ଅପୂର୍ବ କୁମାର ମହାନ୍ଚି ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆସୋସିଏଟ ଏଡିଟର ଯମୁନା ରାଉତରାୟ । ଶେଷରେ ସେଣ୍ଟ ଜାଭିଅର ଇଣ୍ଡିଆ ଫାଉଣ୍ଡେସନ ଡାଇରେକ୍ଟର ଲିଜାଲିନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here