ଦିଲ୍ଲୀ ଏମ୍ସ ରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ଏନେଇ ସୂଚନା ଦେଲେ ପରିବାର ଲୋକେ । ସକାଳ 10 ଟାରେ ଅପରେସନ ଥିଏଟରକୁ ଯାଇଥିବା ନେଇ ସୂଚନା ରହିଛି । ସ୍କିନ grafting ପାଇଁ 5ରୁ 6 ଘଣ୍ଟା ସମୟ ଲାଗିପାରେ । ଏହାପୂର୍ବରୁ ମଧ୍ୟ ଝିଅର ଅସ୍ତ୍ରୋପଚାର ହୋଇଥିଵା ନେଇ ଏମ୍ସ ପକ୍ଷରୁ ବୁଲେଟିନ ଜାରି ହୋଇଥିଲା । ଗତକାଲି ଝିଅକୁ ସାମାନ୍ୟ ଜ୍ୱର ଥିବାରୁ ଅପରେସନ ହୋଇପାରି ନଥିଲା । ଯାହାକୁ ନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।












