ଆଜି ରାଜଧାନୀ ଭୁବନେଶ୍ବର ଏସିଆର ଷଷ୍ଠ ଉତ୍ତପ୍ତ ସହରରେ ପରିଣତ ହୋଇଛି । ରାଜଧାନୀର ସର୍ବୋଚ୍ଚ ତାପମାତ୍ରା 43.5 ଡିଗ୍ରୀ ସେଲସିଅସ ରେକର୍ଡ ହେବା ପରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ କିଛିଦିନ ଧରି ଭୁବନେଶ୍ବରର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି 43 ଡିଗ୍ରୀ ଅତିକ୍ରମ କରିଥିଲା । ସେହିପରି ଆଠଟି ସହରର ତାପମାତ୍ରା 42 ଡିଗ୍ରୀ ଉପରେ ରହିଛି ଏହିସବୁ ସହରଗୁଡିକ ହେଲା, ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼, ବୌଦ୍ଧ ଓ ପାରଳାଖେମୁଣ୍ଡି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଦୁଇଦିନ ପରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇବ ।

LEAVE A REPLY

Please enter your comment!
Please enter your name here