କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ମୃତୁ୍ୟଙ୍କୁ ୯ଦିନ ପୁରିଲାଣି । ଆଜି ହେଉଛି ନବଙ୍କ ଦଶାହ । ଏତେ ଦିନ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାଶ କାହିଁକି ନବଙ୍କୁ ଗୁଳି କରି ହତ୍ୟାକଲା ତାର କାରଣ ସମ୍ପର୍କରେ ଟେର ପାଉନି କ୍ରାଇମବ୍ରାଞ୍ଚ । ଗୋପାଳକୁ ରିମାଣ୍ଡରେ ନେଇ ମାରାଥନ ଜେରା ଚାଲିଥିବାବେଳେ ବିଭିନ୍ନ ଦିଗରେ ଖୋଳତାଡ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତର ଅଗ୍ରଗତି ଅନୁଧ୍ୟାନ ପାଇଁ ଆଜି ବ୍ରଜରାଜନଗର କ୍ରାଇମ ସ୍ପଟ ଯାଇପାରନ୍ତି ଜେପି ଦାସ । ଦୁଇଦିନ ତଳେ ତାଙ୍କୁ ତଦନ୍ତର ଅଗ୍ରଗତି ବାବଦରେ ଅବଗତ କରାଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।

LEAVE A REPLY

Please enter your comment!
Please enter your name here