ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲି ଠାରୁ ତିନିଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ତିନିଦିନ ପାଇଁ ତାତିର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସତର୍କତା କରିଥିବା ଯୋଗୁ 18 ରୁ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଗତ ତିନିଦିନ ହେଲାଣି ସକାଳ 8ଟା ପରଠାରୁ ଖରାର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଉଛି । ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ତାତିର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ 20 ତାରିଖ ବେଳକୁ ତାତିରେ ସାମାନ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଅସହ୍ୟ ତାତିକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଶୋକାଷ୍ଟମୀ ଓ ରାମନବମୀ ପାଇଁ 16 ଓ 17 ତାରିଖ ସ୍କୁଲ ଛୁଟି ରହିଥିବା ବେଳେ ସରକାରଙ୍କ ଘୋଷଣା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here