ସାଙ୍ଗର ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କଲେ ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଜଣେ ଅଫିସର । 14 ବର୍ଷର ନାବାଳିକା ଝିଅ ଯେତେବେଳେ ଗର୍ଭବତୀ ହେଲା, ସେତେବେଳେ ଅଫିସର ଜଣକ ତାଙ୍କ ପତ୍ନୀଙ୍କୁ କହିଲେ । ଆଉ ପତ୍ନୀ ଗର୍ଭ ନଷ୍ଟ ପାଇଁ ଔଷଧ ମଗାଇ ନାବାଳିକା ଝିଅର ଗର୍ଭ ନଷ୍ଟ କଲେ । ଦିଲ୍ଲୀ ପୋଲିସ ସଂପୃକ୍ତ ଅଫିସର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଏତଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, 2020ରେ ନାବାଳିକା ଝିଅର ବାପାଙ୍କ ଦେହାନ୍ତ ହେଲା । ଅଭିଯୁକ୍ତ ଅଧିକାରୀ ଜଣକ ସାଙ୍ଗର ଝିଅକୁ ଘରକୁ ନେଇ ଆସିଲେ । 2020 ଓ 2021ରେ ସେ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିବା ଝିଅ ଅଭିଯୋଗ କରିଛି । ଏବେ ସଂପୃକ୍ତ ଝିଅ ଚିକିତ୍ସାଧୀନ ଥିବା ବେଳେ ପୋଲିସ ତାର ବୟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଇଛି ।

LEAVE A REPLY

Please enter your comment!
Please enter your name here