ବିଜୟ ହାସଲ ପାକିସ୍ତାନ ଆଗରେ ଟାର୍ଗେଟ 357 । ବିରାଟ କୋହଲି ଓ ରାହୁଲଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ 50 ଓଭରରେ ଦୁଇ ଉଇକେଟ୍ ହରାଇ 356 ରନ୍ କରିଥିଲା । ବିରାଟ କୋହଲି 94 ବଲରେ 122 ରନ୍ କରି ଅପରାଜିତ ଥିବା ବେଳେ ରୀହୁଲ 106 ବଲରେ 111 ରନ କରି ଅପରାଜିତ ରହିଥିଲେ । କୋହଲି-ରାହୁଲଙ୍କ ଯୋଜି ପାକିସ୍ତାନ ଆଗରେ ବିଜୟ ଲକ୍ଷ ପାଇଁ ଏକ ବଡ ଟାର୍ଗେଟ ରଖିବାକୁ ସମର୍ଥ ହୋଇଥିଲେ । ଗତକାଲି ଭାରତ 24.1 ଓଭରରେ 2 ଉଇକେଟ ହରାଇ 147 ରନ୍ କରିଥିବା ବେଳେ ବର୍ଷା ପାଇଁ ମ୍ୟାଚ୍ ଅଧାରୁ ବନ୍ଦ ରହିଥିଲା ।
ବିଜୟ ଲକ୍ଷ୍ୟ ହାସଲ ପାଇଁ ପାକିସ୍ତାନ ଦୁଇ ଉଇକେଟ ହରାଇ 44 ରନ୍ କରିଥିବା ବେଳେ ବର୍ଷା ହେବା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ମାତ୍ର ବର୍ଷା ଛାଡିବା ପରେ ପୁଣି ପାକିସ୍ତାନ ବ୍ୟାଟି ଆରମ୍ଭ କରିଥିଲେ ହେଁ ଦଳକୁ ଭୟଙ୍କର ବିପର୍ଯ୍ୟର ସମ୍ମୁଖୀନ ହେବାକୁ ପଡିଥିଲା । ମାତ୍ର 32 ଓଭରରେ ପାକିସ୍ତାନକୁ ସମସ୍ତ ଉଇକେଟ ହରାଇ 128 ରନ କରିବାକୁ ସକ୍ଷମ ହୋଇଥିଲା । ଭାରତର କୁଲଦୀପ ଯାଦବ 5 ଉଇକେଟ ନେଇ ବିଜୟକୁ ସହଜସାଧ୍ୟ କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here