ଓଡିଆ ଆଇପିଏସ ଅଫିସର ଜଳଦ କୁମାର ତ୍ରିପାଠୀ ହେଲେ ତାମିଲନାଡୁ ଡିଜିପି । ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍‌ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ସେ ତାମିଲନାଡୁ ୟୁନିଫର୍ମ ସର୍ଭିସ ରିକ୍ୟୁରମେଣ୍ଟ ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ତାମିଲନାଡୁର ଡିଜିପି ପଦ ପାଇଁ ୬ ଜଣ ବରିଷ୍ଠ ଆଇପିଏସ୍‌ଙ୍କ ନାଁ ବିଚାରକୁ ନିଆଯାଇଥିଲେ ହେଁ ଶେଷରେ ଶ୍ରୀ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୨ରେ ଜଲଦ କର ତ୍ରିପାଠୀ ଚେନ୍ନାଇ ପୁଲିସ୍‌ କମିଶନର ଥିବା ବେଳେ ଏକ ବ୍ୟାଙ୍କ ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲେ।

LEAVE A REPLY

Please enter your comment!
Please enter your name here