ଓଡିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ ଦାୟିତ୍ବ । ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତ ଦିଆଯାଇଛି । ଆସନ୍ତାକାଲି ସେ ଦାୟିତ୍ବ ଗ୍ରହଣ କରିବେ । ପ୍ରଥମ ଓଡିଆ ଭାବେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ସେଣ୍ଟ୍ରାଲ ଏୟାର କମାଣ୍ଡରେ ଶ୍ରୀ ପଟ୍ଟନାୟକ ଏବେ ସିନିୟର ଏୟାର ଷ୍ଟାଫ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ।
ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକ କାରଗିଲ ଯୁଦ୍ଧରେ ବଡ ସାହସିକତାର ସହ କାର୍ଯ୍ୟ କରିଥିଲେ । ରାତିରେ ଟାଇଗର ହିଲରେ ଲେଜର ଗାଇଡେଡ୍ ବୋମା ପକାଇଥିଲେ । ସେହିପରି ଫାଇଟର ଜେଟ୍ ମିରେଜ ପାଇଲଟ ଭାବେ ମଧ୍ୟ ଅଭିଜ୍ଞତା ରହିଛି । ଏୟାର ମାର୍ଶାଲ ଶ୍ରୀ ପଟ୍ଟନାୟକଙ୍କର 2500 ଘଣ୍ଟାର ଉଡାଣ ରେକର୍ଡ ରହିଛି । ସାହସିକତା ପାଇଁ ତାଙ୍କୁ ବାୟୁସେନା ମେଡାଲ ମିଳିଥିବା ବେଳେ 2020ରେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନୀତ କରାଯାଇଛି ।

LEAVE A REPLY

Please enter your comment!
Please enter your name here