ଲଦାଖ ପାହାଡରେ ଲାଗିଛି ବିଶ୍ୱର ସବୁଠାରୁ ଲମ୍ବା ଖଦିରେ ପ୍ରସ୍ତୁତ ତ୍ରିରଙ୍ଗା ପତାକା । ଗାନ୍ଧୀ ଜୟନ୍ତି ଅବସରରେ ଲେହରେ ଉଡିଛି ଏହି ବୃହତ୍ତ ତ୍ରିରଙ୍ଗା । ଯାହାର ଲମ୍ବ ରହିଛି ୨୨୫ ଫିଟ୍ ଏବଂ ଚଉଡା ୧୫୦ ଫିଟ୍ । ଏହାର ଓଜନ ରହିଛି ୧୪୦୦ କିଲୋଗ୍ରାମ । ଏହି ବିଶାଳ ଖଦି ତ୍ରିରଙ୍ଗାକୁ ଭାରତୀୟ ସେନାର ୫୭ ଇଂଜିନିୟର ରେଜିମେଂଟ ତିଆରି କରିଛି । ଲଦାଖ ଉପରାଜ୍ୟପାଳ ଆର କେ ମାଥୁର କାଯ୍ୟକ୍ରମ ଉଦଘାଟନ କରିଛନ୍ତି ଏହି ଅବସରରେ ଭାରତୀୟ ସ୍ଥଳସେନା ମୁଖ୍ୟ ଏମଏମ ନରଭଣେ ମଧ୍ୟ ଉପସ୍ଥିତି ଥିଲେ । ସ୍ଥଳସେନା ମୁଖ୍ୟ ବତର୍ମାନ ଦୁଇ ଦିନିଆ ଲଦାଖ ଗ୍ରସ୍ତରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here