ପଶ୍ଚିମବଙ୍ଗ ସହିତ ରସଗୋଲାକୁ ନେଇ ଚାଲିଥିବା ଲଢେଇରେ ଓଡିଶା ବିଜୟୀ ହୋଇଛି । ଭାରତ ସରକାର ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛନ୍ତି । ଆଜି ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଥିଲା ଉଲ୍ଲେଖ ରହିଛି । ଜିଆଇ ଟ୍ୟାଗ୍ ମିଳିବା ପରେ ଓଡିଶାର ରସଗୋଲା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । କାରଣ ଦୀର୍ଘ ଦିନ ହେବ ରସଗୋଲାକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଉଭୟ ରାଜ୍ୟ ରସଗୋଲାକୁ ନିଜର ବୋଲି ଦାବୀ କରିଥିଲେ । ତେବେ ଶେଷରେ ଓଡିଶାର ବିଜୟ ହୋଇଛି ।

LEAVE A REPLY

Please enter your comment!
Please enter your name here