ଆନ୍ଧ୍ରପ୍ରଦେଶର ପୋନାଭରମ ଠାରେ ଜନ୍ମିତ ଜଷ୍ଟିସ୍ ଏନ୍‌.ଭି,ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ସୁପାରିଶ ଉପରେ ମୋହର ମାରିଛି କେନ୍ଦ୍ର ଆଇନ୍ ମନ୍ତ୍ରାଳୟ । ଏନେଇ ଜଷ୍ଟିସ୍ ରମନାଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୨୩ ତାରିଖରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ ବୋବଡେ । ୨୪ ତାରିଖରେ ଜଷ୍ଟିସ୍ ରମନା ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତିି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ୍ ରମନା ଅନେକ ଗୁରୁତ୍ୱପୂର୍ଣ୍ଣ ରାୟର ଶୁଣାଣି କରି ବେଶ୍ ଚର୍ଚ୍ଚାରେ ଥିଲେ । ଜାମ୍ମୁ କାଶ୍ମୀରରେ ଇଣ୍ଟରନେଟ୍ ସେବା ସ୍ୱଭାବିକ କରିବା, ସାଂସଦ ଓ ବିଧାୟକଙ୍କ ବିରୋଧରେ ହେଉଥିବା ମାମଲାର ଶୁଣାଣି, ରାଜ୍ୟରେ ସ୍ୱତନ୍ତ୍ର କୋର୍ଟ ପାଇଁ ନିର୍ଦ୍ଦେଶ , ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ଆବେଦନ ଖାରଜ କରିବା ଭଳି ଅନେକ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ରମନା । ୧୯୫୭ ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରର ପୋନାବରମ ଠାରେ ଜନ୍ମିତ ରମନାଙ୍କ ପୁରା ନାମ ନୁଥଲ ପତି ଭେଙ୍କଟ ରମନା । ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here