ନିର୍ବାଚନକୁ ପ୍ରଭାବିତ କରିବା ସନ୍ଦେହରେ ଆଠଜଣ ଆଇଏସ ଓ ଆଇପିଏସଙ୍କୁ ଅନ୍ୟତ୍ର ବଦଳି ଆଦେଶ ଦେଇଥିଲେ ନିର୍ବାଚନ କମିଶନର । ସରକାରୀ ଦଳ ପ୍ରତି ଅହେତୁକ ଆନୁଗତ୍ୟତା ଦେଖାଉଥିବା ଅଭିଯୋଗରେ ଅଧିକାରୀଙ୍କ ବଦଳି ପରେ ନିର୍ବାଚନ କମିଶନଙ୍କ ନିକଟରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଆଉ ଜଣେ ପ୍ରଭାବଶାଳୀ ଆଇପିଏସଙ୍କୁ ଏବେ ଟାର୍ଗେଟ କରିଛନ୍ତି । ଆଜି ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତ 9 ବର୍ଷ ଧରି କାର୍ଯ୍ୟ କରୁଥିବା ଆଇପିଏସ ଡି.ଏସ. କୁଟେଙ୍କୁ ରାଜ୍ୟ ବାହାରକୁ ବଦଳି କରିବାକୁ ଦାବି କରିଛନ୍ତି । ଆଇପିଏସ ଡି. ଏସ. କୂଟ୍ଟେ ବିଭିନ୍ନ ଥାନା ଅଧିକାରୀ ଓ ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିବା ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି । ସରକାରୀ ଦଳ ପାଇଁ କୂଟ୍ଟେ କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିବା ସହ କୂଟ୍ଟେ ବ୍ୟବହାର କରୁଥିବା ଫୋନ୍ ନମ୍ବର, ସିଡିଆର ଯାଞ୍ଚ ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି । ବିଜେପି ପ୍ରତିନିଧି ଦଳଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇପିଏସ କୂଟ୍ଟେଙ୍କ ଆସନ ଏବେ ଟଳମଳ ସ୍ଥିତିରେ ରହିଛି ।

LEAVE A REPLY

Please enter your comment!
Please enter your name here