ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାରେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ମାତ୍ର କମିଶନଙ୍କ ଦ୍ହାରା ପରିଚାଳିତ ପରୀକ୍ଷାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି । ଜେଇ ସିଭିଲ୍ ମେନ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲାରେ 55 ଜଣ ପରୀକ୍ଷାର୍ଥୀଙ୍କୁ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଆଉ 37 ଜଣ ପରୀକ୍ଷାର୍ଥୀ ମଧ୍ୟ ସ୍କାନରରେ ଅଛନ୍ତି । ପ୍ରଶ୍ନପତ୍ର ଲିକ୍ ମାମଲାରେ କନ୍ଧମାଲ ଜିଲ୍ଲାର ପ୍ରାଥମିକ ସ୍କୁଲ ଶିକ୍ଷକ ଗୋବିନ୍ଦ ତ୍ରିପାଠୀଙ୍କୁ ନେଇ ପୋଲିସ ତନାଘନା ଜାରି ରଖିଛି । ମାତ୍ର ପ୍ରଶ୍ନପତ୍ର ଲିକ୍ ନେଇ ପୋଲିସ ବାହାରେ ତନାଘନା କରୁଥିଲେ ହେଁ ଏଥିରେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ ସଂପୃକ୍ତ ଥିବା ଏବଂ ବରିଷ୍ଠ ଅଧିକାରୀଙ୍କ ଜାଣତରେ କାରବାର ଚାଲିଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡବଡିଆଙ୍କ ସଂପୃକ୍ତି ଥିବାର ଏହାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ଅେକ ପରୀକ୍ଷାର୍ଥୀ ଦାବି କରିଛନ୍ତି ।
ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପୋଲିସ ବିଭାଗରେ ନିଯୁକ୍ତି ଓ ଏଏସଓ ନିୟୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା । ବିରୋଧୀ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଟଙ୍କା ଦେଲେ ଚାକିରୀ ମିଳୁଛି । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରିବାରେ ସରକାର ବିଫଳ ହୋଇଥିବାରୁ ପରୀକ୍ଷାର୍ତୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here