ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ଏବେ ଅଣ-ଓଡିଆଙ୍କ ଜମି କିଣା ବଢିବାରେ ଲାଗିଛି । କୁହାଯାଉଛି, ସରକାରୀ ପ୍ରୋତ୍ସାହନରେ ଅଣଓଡିଆ ବ୍ୟବସାୟୀ ଜମି କିଣିବାରେ ମାତିଛନ୍ତି । ଏମିତି ଶହ ଶହ ଏକର ଜମି ଅଣଓଡିଆ ବ୍ୟବସାୟୀମାନେ ହାତେଇ ସାରିଲେଣି । ଖଣି ବ୍ୟବସାୟୀ ପି. ପ୍ରଭାକରନଙ୍କ ପତ୍ନୀ କିରୁଥାକୀଙ୍କ ନାଁରେ ଏବେ ଜମି କିଣା ଚାଲିଛି । ରାଜଧାନୀ ଭୁବନେଶ୍ବରର ବାପୁଜୀନଗର, ଚନ୍ଦ୍ରଶେଖରପୁର, ପଥରଗାଡିଆ, ଦାରୁଠେଙ୍ଗ, ଘାଟିକିଆ ମୌଜାରେ କିରୁଥାକୀ ଜମି କିଣିଥିବା ରେକର୍ଡ ରହିଛି । ସେହିପରି ସହର ଆଖପାଖ ଅଂଚଳରେ ବି ସେ ଜମି କିଣିବାରେ ଲାଗିଛନ୍ତି । ଭଗବତୀପୁରରେ ସର୍ବାଧିକ 12 ଏକରରୁ ଅଧିକ ଜମି ସେ କ୍ରୟ କରିଥିବା ଜଣାପଡିଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଟ୍ବିଟ୍ କରି ଅଣ ଓଡିଆ ବ୍ୟବସାୟୀଙ୍କ ଜମି କିଣା ନିଶାକୁ ସମାଲୋଚନା କରିବା ସହ ବିରୋଧ କରିଛନ୍ତି । ତେବେ କିରୁଥାକି ପ୍ରଭାକରନଙ୍କ ଜମି କିଣା ନିଶା ଭିତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମି ରହିଥିବା ଜଣାପଡିଛି । ଏପରିକି ସୁନାବେଡା ସ୍ଥିତ ହାଲ୍ କର୍ମଚାରୀଙ୍କ ପାଇଁ ପାଇଁ କିଣାଯାଇଥିବା ଚନ୍ଦା ଅଂଚଳର 48 ଏକର ଜମି ମଧ୍ୟରୁ କିଛି ଜମି ଚଞ୍ଚକତା କରି ପ୍ରଭାକରନ କିଣିଥିବା ଜଣାପଡିଛି । ଏସବୁ ଜମି କିଣାବିକା ପଛରେ ସରକାରୀ ପ୍ରୋତ୍ସାହନ ରହିଛି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here