ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନରେ 84.93 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ 81.12 ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । କାଉନସିଲ ଅଫିସ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ।
ଚଳିତବର୍ଷ ବିଜ୍ଞାନରେ 93 ହଜାର 734 ଜଣ ପରୀକ୍ଷା ଦେଇଥିବା ବେଳେ 78 ହଜାର 938 ଜଣ ପାସ୍ କରିଛନ୍ତି । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ 39 ହଜାର 573 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 24 ହଜାର 257 ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 14 ହଜାର 852 ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିପରି ବାଣିଜ୍ୟରେ ଚଳିତବର୍ଷ 24 ହଜାର 82 ଜଣ ପରୀକ୍ଷା ଦେଇଥିବା ବେଳେ ପାସହାର 81.12 ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ 7 ହଜାର 410, ଦ୍ୱିତୀୟ ଶ୍ରେଣୀରେ 4 ହଜାର 543 ଏବଂ ତୃତୀୟ ଶ୍ରେଣୀରେ 7 ହଜାର 492 ଜଣ ପାସ୍ କରିଛନ୍ତି ।
ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ ଜିଲ୍ଲାର ସଫଳତା ହାର ଅଧିକ ରହିଥିବା ବେଳେ ବୌଦ୍ଧ ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ରହିଛି ।
ସବୁ ପରୀକ୍ଷା ଭଳି ଏଥରକ ବି ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି ।

LEAVE A REPLY

Please enter your comment!
Please enter your name here