ପରୀକ୍ଷା ପୂର୍ବରୁ ପିଲାମାନଙ୍କୁ କିପରି ପ୍ରସ୍ତୁତ ରହିବା ଦରକାର, ସେଥିପାଇଁ ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଛି ‘ପରୀକ୍ଷା ପେ ଚର୍ଚ୍ଚା’. ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ କିଛି ଟିପ୍ସ ଦେଇଛନ୍ତି. ମୋଦୀ କହିଛନ୍ତି, ସେ  କିଛି କ୍ଷଣ ପାଇଁ ଛୋଟ ପିଲା ଭାବରେ ବଞ୍ଚିବାକୁ ଚାହୁଁଛନ୍ତି . ଯେଉଁ ବାପା ମା ନିଜ ସ୍ୱପ୍ନକୁ ପିଲାଙ୍କ ଉପରେ ଲଦି ଦେଉଛନ୍ତି, ସେମାନେ ବିଫଳ ବୋଲି ମୋଦି ପ୍ରକାଶ କରିଛନ୍ତି. ବାପାମାଙ୍କୁ ସର୍ବଦା ନିଜ ପିଲାଙ୍କ ସହ ଜଣେ ଭଲ ବନ୍ଧୁ ଭାବରେ ବ୍ୟବହାର କରିବା ଉଚିତ. ଏହାସହ ସେମାନେ କଣ ଚାହୁଁଛନ୍ତି, ତାଙ୍କର ଲକ୍ଷ୍ୟ କଣ , ସେହି ଅନୁସାରେ ତାଙ୍କ ପ୍ରତି ଧ୍ୟାନ ଦେବା ଉଚିତ ବୋଲି ମୋଦି ପରାମର୍ଶ ଦେଇଛନ୍ତି. ପରେ ପିଲାଙ୍କ ଡିପ୍ରେସନ ଉପରେ ମୋଦିଙ୍କୁ ପ୍ରଶ୍ନ ପଚରାଯାଇଥିଲା. ମୋଦି କହିଥିଲେ, ପୂର୍ବରୁ ପିଲାମାନେ ଯେଉଁ ସମସ୍ୟା ନିଜ ବାପାଙ୍କୁ କହିପାରୁନଥିଲେ, ତାକୁ ନିଜ ଜେଜେମାଙ୍କୁ କହୁଥିଲେ. ଆଉ ଯାହା ଜେଜେମାଙ୍କୁ କହିପାରୁ ନଥିଲେ, ତାକୁ ନିଜ ମାଙ୍କୁ କହୁଥିଲେ. ହେଲେ ଆଜି ସମାଜ ପରିବର୍ତ୍ତନ ହୋଇଛି, ଆଉ ସେହି ବ୍ୟବସ୍ଥା ମଧ୍ୟ ଭାଙ୍ଗିଛି. ସେମାନେ ନିଜ ସମସ୍ୟାକୁ ନିଜ ପରିବାର ସହ ବାଣ୍ଟିପାରୁନାହାନ୍ତି. ପିଲାଙ୍କ ରୁଚି ଅନୁସାରେ, ବାପାମାଙ୍କୁ ବ୍ୟବହାର କରିବା ଦରକାର ବୋଲି ମୋଦି କହିଛନ୍ତି. ଅନ୍ୟପଟେ ପିଲାମାନେ ମାର୍କ ପଛରେ ନ ଦୌଡି କିଛି ଶିଖିବାକୁ ଚେଷ୍ଟା କରନ୍ତୁ. ମାର୍କ୍ସ ଆପେ ଆପେ ଆସିବ ବୋଲି ମଧ୍ୟ ସେ କହିଛନ୍ତି.  ଭାରତ ସମେତ ଅନ୍ୟ ଦେଶର ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବାର୍ତ୍ତାଳାପ କରିଥିଲେ. ଓଡିଶାର ସତର ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି.

LEAVE A REPLY

Please enter your comment!
Please enter your name here