ହାତ ଛାଡି ଶଙ୍ଖ ଧରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ । ଗୁରୁବାର ନବୀନ ନିବାସକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ସାମିଲ ହୋଇଛନ୍ତି ।ମୋହନାର ପୂର୍ବତନ ବିଧାୟକ ଥିଲେ ଚକ୍ରଧର । ଗଜପତିର ମୋହନାରୁ ଦୁଇଥର ବିଧାୟକ ହୋଇଥିଲେ ଚକ୍ରଧର ପାଇକ । ୨୦୦୯ରୁ ୨୦୧୪ ମଧ୍ୟରେ ସେ ବିଧାନସଭାର ଉପନେତା ବି ଥିଲେ । ବିଜେଡ଼ିରେ ସାମିଲ ହୋଇ ଘରବାହୁଡ଼ା ଭଳି ଲାଗୁଛି ବୋଲି କହିଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପ୍ରତି ସମର୍ଥିତ କାର୍ଯ୍ୟକାଳାପ ଏବଂ ସୁଃଶାସନ ଓଡ଼ିଶାର ବିକାଶ ପଥରେ ଅଗ୍ରଣୀ ଭୂମିକା ନିର୍ବାହ କରିବ । ଏହାକୁ ସଫଳ କରାଇବାକୁ ଆମ୍ଭେମାନେ ଦାୟିତ୍ୱ ତୁଲାଇବୁ ବୋଲି ବିଜେଡ଼ିରେ ସାମିଲ ହୋଇଥିବା ଅବସରରେ କହିଛନ୍ତି ଚକ୍ରଧର ।

LEAVE A REPLY

Please enter your comment!
Please enter your name here