ଟୋକିଓ ଅଲମ୍ପିକରେ ବ୍ରୋଞ୍ଚ ପଦକ ବିଜେତା ବିରେନ୍ଦ୍ର ଲାକ୍ରାଙ୍କ ନୂଆ ଇନିଂସ । ଓଡିଶା ପୋଲିସରେ ଡିଏସପି ଭାବେ ଯୋଗ ଦେଇଛନ୍ତି ବିରେନ୍ଦ୍ର । ଡିଜିପି ସୁନିଲ ବଂଶାଲ ଏବଂ ସିନିୟର ଆଇପିଏସ ଅଫିସରଙ୍କ ଉପସ୍ଥିତିରେ ପୋଲିସ ହେଡକ୍ୱାର୍ଟରରେ ସେ ଓଡିଶା ପୋଲିସରେ ସାମିଲ ହୋଇଛନ୍ତି ।
ଟୋକିଓ ଅଲମ୍ପିକରେ ହକି ଇଣ୍ଡିଆ ବ୍ରୋଞ୍ଚ ପଦକ ଜିତିବା ପରେ ଓଡିଶାରୁ ସାମିଲ ଥିବା ବିରେନ୍ଦ୍ର ଲାକ୍ରାଙ୍କୁ ଉପହାର ସ୍ୱରୂପ ରାଜ୍ୟ ସରକାର ଏହି ଘୋଷଣା କରିଥିଲେ । ରାଉରକେଲାରେ ଜନ୍ମଗ୍ରହଣ କରିଥିବା ବିରେନ୍ଦ୍ର ୨୦୧୨ରେ ଲଣ୍ଡନରେ ଆୟୋଜିତ ଅଲମ୍ପିକରେ ଭାଗ ନେଇଥିଲେ । ୨୦୨୦ରେ ସେ ଭାରତୀୟ ହକି ଟିମର ଭାଇସ କ୍ୟାପଟେନ ହୋଇଥିଲେ । ହକି ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here