ସୋସିଅ।।ଲ ମିଡିଆରେ ଓଲ୍ଡ ଲୁକର ଟ୍ରେଣ୍ଡ । ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ବୟସର ଅପରାହ୍ନରେ ପହଁଞ୍ଚିବା ପରେ କିଭଳି ଦେଖାଯିବେ ତାହା ଦେଖିବାକୁ ପସନ୍ଦ କରୁଛନ୍ତି । ଫେସବୁକ ହ୍ୱାଟସପ, ଇନଷ୍ଟାରେ ସେୟାର ବି କରୁଛନ୍ତି । ଫେସ୍ ଆପ୍ ନାମକ ଏକ ଆପ୍ ଜରିଆରେ ନିଜର ବର୍ତ୍ତମାନର ଫଟୋକୁ ଏହିଟିଙ୍ଗ କରି ବୁଢା ବୁଢି ବେଳର ଫଟୋ ପ୍ରସ୍ତୁତ କରାଯାଉଛି । ଏହି ଆପକୁ ଡେଭଲପ କରିଛି ଋଷିଆ କମ୍ପାନୀ ୱେୟାରଲେସ ୱେବ୍ । ସପ୍ତାହକ ମଧ୍ୟରେ ଏହି ଆପର ଲୋକପ୍ରିୟତା ଆକାଶ ଛୁଆଁ । ଗୋଟିଏ ସପ୍ତାହରେ ୯୦ କୋଟିରୁ ଅଧିକ ଥର ଫେସ୍ ଆପ ଡାଉନଲୋଡ ହୋଇଛି । ହେଲେ ଏହି ଆପର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଇବର ଏକ୍ସପଟ । ଆପ ଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି ହେବା ଆଶଙ୍କା ଅଧିକ ରହିଛି ।

ସେହିଭଳି ସୋସିଆଲ ମିଡିଆରେ ଲୋକପ୍ରିୟ ଆଉ ଏକ ଆପ ଟିକ୍ ଟକ୍ କୁ ମଧ୍ୟ ମିଳିଛି ନୋଟିସ । ଭାରତ ସରକାରଙ୍କ ସୂଚନା ପ୍ରଜୁକ୍ତି ବା ଆଇଟି ମନ୍ତ୍ରାଳୟ ଟିକ୍ ଟକ୍ ଓ ହ୍ୟାଲୋ ଆପକୁ ନୋଟିସ ପଠାଇଛି । ଏଲହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମଗାଯାଇଛି । ଯଦି ଉତ୍ତ ସନ୍ତୋଷଜନକ ନହୂଏ , ତାହେଲ ଏହା ବ୍ୟାନ୍ ହୋଇପାରେ ।

LEAVE A REPLY

Please enter your comment!
Please enter your name here