ବର୍ତ୍ତମାନ ନିବାଚନୀ ମାହୋଲ ବେଶ ଗରମ ଥିବାବେଳେ କଂଗ୍ରେସକୁ ଲାଗିଛି ବଡ ଝଟକା । ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଟିକେଟ୍ ତାଲିକାରୁ ତାଙ୍କୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ ବାଏ କରିଛନ୍ତି ସୁମିତ୍ରା ।ସୁଚନାଅନୁସାରେ, ନିକଟରେ ମହିଳାନେତ୍ରୀମାନଙ୍କୁ ଟିକେଟ୍ ଦେବାକୁ ଅନଶନରେ ବସିଥିଲେ ସୁମ୍ରିତା । ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ ବୋଲି ସୁମିତ୍ରା କହିଛନ୍ତି । ଯେଉଁଠି ମୁଁ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହିଁ ସେଠି ରହିବା ମୋ ପାଇଁ କଷ୍ଟକର ବୋଲି କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା । ପୂର୍ବରୁ ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ସୁମିତ୍ରା । ଏପରିକି ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ନିରାଶ କରିଛି । କାରଣ ୫୨ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମୁଁ ଦେଇଥିଲି । କିନ୍ତୁ ସେଥିରୁ ହାତଗଣତି କିଛି ମହିଳାଙ୍କୁ ଟିକେଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here