ପୁରା ଭାରତବର୍ଷରେ ଏମିତି ଘଟଣା କିଛି ନୂଆ କଥା ନୁହେଁ । କେଉଁଠି ସାର୍ ତ କେଉଁଠି ଦିଦି, ପାଠପଢା ସମୟରେ ଚାଲିଯାଉଛନ୍ତି ଘୋର ନିଦ୍ରାରେ । ତେଣିକି ପିଲାଙ୍କ ପାଠପଢା ଚୁଲିକି ଯାଉ । ଘଟଣା ଘଟିଛି ଯାଜପୁର ଜିଲ୍ଲାର ଯ଼ାଜପୁର ରୋଡ୍ ସ୍ଥିତି ଏକ ସରକାରୀ ସ୍କୁଲରେ ।

ଯଦି ବାସ୍ତବରେ ଛାତ୍ରଛାତ୍ରୀମାନେ ଆଗାମୀ କାଲିର ଭବିଷ୍ୟତ, ତେବେ ଶିକ୍ଷା ଗୁରୁଙ୍କ ଏଭଳି କାର୍ଯ୍ୟକଳାପରେ ପିଲାଙ୍କ ଭବିଷ୍ୟତ କଣ ଉଜ୍ୱଳ ? ସରକାରୀ ସ୍କୁଲରେ ଶିକ୍ଷାଦାନ ଯଦି ଏହିଭଳି ହୁଏ ତେବେ ଏହି ଦିଗରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ପକ୍ଷରେ ସରକାର କେତେ ତତ୍ପର ?  ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବୋଧହୁଏ ଭୁଲିଯାଉଛନ୍ତି ଯେ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ସରକାର ସେମାନଙ୍କୁ ବେତନ ଦେଉଥିବା ବେଳେ ଶ୍ରେଣୀ ଗୃହ ମଧ୍ୟରେ ଶୋଇବା କେତେ ଦୂର ଗ୍ରହଣୀୟ, ତାହା ସେମାନେ ନିଜେ ବିଚାର କରିବା ଦରକାର । ଶ୍ରେଣୀଗୃହରେ ଶୋଇପଡୁଥିବା ଦିଦିମାନଙ୍କ ବିରୋଧରେ ସରକାର କି ପଦକ୍ଷେପ ନେବେ, ଜଣାଇବେ କି ?

LEAVE A REPLY

Please enter your comment!
Please enter your name here