ନବଜୋତ ସିଂ ସିଦ୍ଧୁଙ୍କୁ ରୋଡ୍ ରେଜ ମାମଲାରେ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୮ର ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ପାର୍କିଂକୁ ନେଇ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କ ସହ ସିଦ୍ଧୁଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସିଦ୍ଧୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୁରୁତ୍ତର ଅବସ୍ଥାରେ ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ବୃଦ୍ଧଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା ବୋଲି ସିଦ୍ଧୁ ସଫେଇ ଦେଇଥିଲେ । ଯଦିଓ ସିଦ୍ଧୁଙ୍କୁ ପ୍ରଥମେ ଏହି ମାମଲାରେ ମୁକ୍ତି ମିଳିଥିଲା, କିନ୍ତୁ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କ ପରିବାର ପକ୍ଷରୁ ରିଭ୍ୟୁ ପିଟିସନ ଦାୟର କରାଯାଇଥିଲା ୩୪ ବର୍ଷର ଏହି ପୁରୁଣା ମାମଲାର ସୁପ୍ରିମକୋର୍ଟ ଶୁଣାଣି କରି ବର୍ଷେ ପାଇଁ ଜେଲ୍ ଦଣ୍ଡ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here