ଭାରତ କଂଗ୍ରେସ କମିଟି ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଓଡିଶାରେ ମଧ୍ୟ ରାଜ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସଚିବାଳୟର ସୁରକ୍ଷାକୁ କଡାକଡି କରିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଚିବାଳୟ ସୁରକ୍ଷାକୁ ନେଇ ବିଭିନ୍ନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ମାନଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି । କର୍ମଚାରୀମାନେ ଆସନ୍ତା ସୋମବାର ୯ଟା୩୦ ମିନିଟ ସୁଦ୍ଧା ସଚିବାଳୟରେ ପ୍ରବେଶ କରିବାକୁ କୁହାଯାଇଛି । ୧୦ଟା ୧୫ ମିନିଟ ସୁଦ୍ଧା ସଚିବାଳୟର ସମ୍ମୁଖ ଗେଟ ବନ୍ଦ ରହିବ । ପଛ ଗେଟ୍ ଦେଇ ସମସ୍ତ ଯାତାୟତ କରାଯିବ । କର୍ମଚାରୀ ଓ ସାଧାରଣ ଲୋକମାନଙ୍କର ପରିଚୟପତ୍ର ଓ ଅନୁମତି ପତ୍ରକୁ କଡାକଡି ଭାବେ ଯାଞ୍ଚ କରାଯିବ । ବିନା କାର୍ ପାସରେ ସଚିବାଳୟକୁ କୌଣସି ଗାଡି ପ୍ରବେଶ କରି ପାରିବ ନାହିଁ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ନିଦେ୍ର୍ଦଶନାମାରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here