କିଛିଟା ଟଙ୍କା ପାଇଁ କେତେ ତଳକୁ ଖସିଯାଏ ମଣିଷ । ଭୁଲିଯାଏ ମାନବିକତା । ପାଲଟିଯାଏ ସଇତାନ । ୫ମାସର ଗର୍ଭବତୀ ଥିବା ମହିଳାକୁ ହତ୍ୟା କରିଛନ୍ତି ଶାଶୂଘର ଲୋକେ । ଆଉ ହତ୍ୟା ପଛରେ ସାମିଲ ଅଛନ୍ତି ସ୍ୱାମୀ ସୁଧିର କୁମାର ମଲ୍ଲିକ । ଏଭଳି ଘଟଣା ଆସିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ । ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏ ନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଉଭୟେ ସ୍ୱାମୀ-ସ୍ତ୍ରୀ ୮୦ ଲକ୍ଷ ଟଙ୍କାର ଏକ ଘର କିଣିଥିଲେ। ହେଲେ ଘର କିଣିଥିଲେ ବି କରଜରେ ଥିଲେ। ପୁଣି କଟକ ସିଡିଏରେ ୧୮ ଲକ୍ଷ ଟଙ୍କା ଦେଇ ଜାଗା କିଣିବେ ବୋଲି କହିଲେ। ସେଥିପାଇଁ ମୋ ଭଉଣୀକୁ କିଛି ଟଙ୍କା ଦିଅ ବୋଲି କହିଲେ । ହେଲେ ମୋ ଭଉଣୀ ମନା କରିଥିଲେ। ତାପରେ ଶାଶୂ ଘର ଲୋକେ କହିଲେ ବାପାଙ୍କୁ ମାଗ। ବାପା ଆସି ବୁଝାବୁଝି କରି ଦେଢ଼ ଲକ୍ଷ ଟଙ୍କା ଦେଇ ଯାଇଥିଲେ। କିନ୍ତୁ ପରେ ମୋ ଭଉଣୀକୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ତେବେ ଗତ ଡିସେମ୍ବର ମାସରେ ଯାଜପୁରର ସୁଧିର ମଲ୍ଲିକଙ୍କ ସହିତ ବିବାହ କରିଥିଲେ । ସ୍ୱାମୀ-ସ୍ତ୍ରୀ ଉଭୟ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ପାହାଳ ନିକଟରେ ଚାକିରୀ କରିଥିଲେ ।

LEAVE A REPLY

Please enter your comment!
Please enter your name here