ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ବିଜେଡିର ଏକ ମିଶ୍ରଣ ପର୍ବରେ ବହୁ ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି ପ୍ରଫୁଲ୍ଲ । କଂଗ୍ରେସର ଟାଣୁଆ ଆଦିବାସୀ ନେତା ଭାବେ ବେଶ୍ ଚର୍ଚ୍ଚିତ ପ୍ରଫୁଲ୍ଲ ମାଝୀ । ତଳସରା ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବେ ୩ ଥର ବିଧାୟକ ହୋଇଥିଲେ । ପୂର୍ବରୁ ଆଦିବାସୀ ନେତା ତଥା ଯୁବ ଚେହେରା ପ୍ରଦୀପ ମାଝୀ , ଚନ୍ଦ୍ର ଶେଖର ମାଝୀ ଦଳ ଛାଡିଥିଲେ । ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଦଳରେ ତାଙ୍କୁ ଅଣଦେଖା ଏବଂ ଅପମାନିତ କରାଯାଉଥିବା ଅନୁଭବ କରୁଥିବା ଇସ୍ତଫା ପତ୍ରରେ ଦର୍ଶାଇଥିଲେ । ଏବେ ବିଜେଡିର ହାତ ଧରିଛନ୍ତି ପ୍ରଫୁଲ୍ଲ ମାଝୀ ।

LEAVE A REPLY

Please enter your comment!
Please enter your name here